ସୁକିନ୍ଦା: ଓଏମ୍ସି ପରିତ୍ୟକ୍ତ ହଟିଂ କଲୋନିରେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ,ଥାନା ଦ୍ଵାରସ୍ଥ ହେଲେ ନାରୀସଂଘ
କାଳିଆପାଣି ଥାନା ଅନ୍ତର୍ଗତ ଚିରିଗୁଣିଆ ମାଝିସାହି ଓଏମ୍ସି ପରିତ୍ୟକ୍ତ ହଟିଂ କଲୋନିରେ ଜଣେ ମଦ୍ୟପ ଯୁବକ ୬ ଘଣ୍ଟା ଧରି ଉନ୍ମତ୍ତକାଣ୍ଡ ଭିଆଇଥିବା ସହ ମହିଳାମାନଙ୍କୁ ଅଯଥା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଏକାଧିକଙ୍କ ଘରେ ବଳପୂର୍ବକ ପ୍ରବେଶ ଉଦ୍ୟମ କରୁଥିବା ଭଳି ଥାନାରେ ସଙ୍ଗିନ ଅଭିଯୋଗ ହୋଇଛି। ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇବା ସହ ଆଜି ମିଳିତ ମହିଳା ସମିତି ପକ୍ଷରୁ ଜରୁରି ବୈଠକ ଡକାଯାଇଥିଲା। ଅଧିକାଂଶ ସମୟରେ ପାଖ ବସ୍ତିର ଆଉ ଏକାଧିକ ଯୁବକ ମାତାଲ ହୋଇ ମହିଳା ଓ କଲୋନି ଅନ୍ତେବାସୀଙ୍କୁ ଅଭଦ୍ର ବ୍ୟବହାର କରିଥିବା ଥାନାରେ ଅଭିଯୋଗ ହୋଇଛି