ସୋନପୁର: କଳାହାଣ୍ଡୀରୁ ଭୂବନେଶ୍ୱର ସାଇକେଲ ଯାତ୍ରାରେ ଯାଉଥିବା ଚାଷୀ ଆଜି ସୁବର୍ଣ୍ଣପୁର ସହରକୁ ପହଞ୍ଚି ଛନ୍ତି
କଳାହାଣ୍ଡୀ ରୁ ଭୂବନେଶ୍ୱର ସାଇକେଲ ଯାତ୍ରା । ଚାଷ,ଚାଷୀ ଏବଂ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବୀନେଇ ବାହାରିଛି ଏହି ସାଇକେଲ ଯାତ୍ରା । କଳାହାଣ୍ଡୀ ଜନ ସଂଗ୍ରାମ ସମିତି ପକ୍ଷରୁ ଏହି ସାଇକେଲ ଯାତ୍ରା ବାହାରିଛି । ଗତ ୩୦ ତାରିଖରୁ କଳାହାଣ୍ଡୀ ଜିଲ୍ଲାର ଗୋଲାମୁଣ୍ଡାରୁ ଏହି ସାଇକେଲ ଯାତ୍ରାରେ ସମିତି ର ୧୫ ଜଣ ସଦସ୍ୟ ବାହାରିଥିବାବେଳେ ଆଜି ସୁବର୍ଣ୍ଣପୁରରେ ପହଂଚିଥିଲା ଏହି ସାଇକେଲ ଯାତ୍ରା । ଚାଷ,ଚାଷୀ ଏବଂ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଠଗୋଟି ଦାବୀକୁ ନେଇ ଏହି ସାଇକେଲ ଯାତ୍ରା ବାହାରିଛି ।