ମାତାଲ ଅବସ୍ଥାରେ ବିଷ ପିଇ ଆତ୍ମହତ୍ୟା l ମୃତକ ଧନ ମିନାର ବାଲିଆ l ଏଭଳି ଅଘଟନ ଗତ କାଲି ରାତିରେ ବୈପାରୀଗୁଡା ଥାନା ଅନ୍ତର୍ଗତ ପୂଜାରୀଗୁଡା ପଂଚାୟତ ଭାଲୁଗୁଡା ଗାଁ ରେ ଘଟିଥିବା ବେଳେ ଆଜି ସକାଳ ଦଶ ଟାରେ ପୋଲିସ ଶବ ଜବତ କରିଛି l ସୂଚନା ଅନୁଯାଇ, ଧନ ସବୁବେଳେ ମଦ ପିଇ ମାତାଲ ଅବସ୍ଥାରେ ନିଜ ଘର ବାରଣ୍ଡାରେ ଶୋଉଥିବା ବେଳେ ଗତ କାଲି ରାତିରେ ମଧ୍ୟ ନିଶାଶକ୍ତ ଅବସ୍ଥାରେ ଥିଲେ l ସେ ବାନ୍ତି କରିବାରୁ ଘର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବୈପାରୀଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଭର୍ତି କରିଥିଲେ l ସେଠାରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି l