ପାଲଲହଡା: ତିଳେଇପଶି ଗ୍ରାମକୁ ଯାଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ସ୍ଥାନୀୟ ବିଧାୟକ
ଅନୁଗୋଳ ଜିଲ୍ଲା ପାଳଲହଡା ନିର୍ବାଚନ ମଣ୍ଡଳୀ ତିଳେଇପଶି ଗ୍ରାମକୁ ଯାଇ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ରବିବାର ସନ୍ଧ୍ୟା ୫:୩୦ସମୟରେ ଜଣାପଡିଛି। ସ୍ଥାନୀୟ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ମହୋଦୟ ତିଳେଇପଶି ଗ୍ରାମକୁ ପରିଦର୍ଶନରେ ଯାଇ ସ୍ଥାନୀୟ ଲୋକଙ୍କ ସହିତ ଗ୍ରାମର ବିଭିନ୍ନ ସମସ୍ୟା ଯଥା ଶିକ୍ଷା,ରାସ୍ତା ଘାଟ, ପାନୀୟ ଜଳ, ବାର୍ଦ୍ଧକ୍ୟ ଭତା ଓ ଆବାସ ଯୋଜନାରୁ ବଞ୍ଚିତ ଥିବା ସମ୍ପର୍କରେ ଆଲୋଚନା କରି ପଚାରୀବୁଝିଥିଲେ । ସମସ୍ତ ସମସ୍ୟାର ସମାଧାନ ଯଥା ଶୀଘ୍ର ହେବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ।