ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟକୁ ନେଇ ଶୁକ୍ରବାର ରାତ୍ରି 8 ଘଣ୍ଟାରେ ଜରୁରୀ ସୂଚନା ଦେଲା ବିଦ୍ୟୁତ ବିଭାଗ | ସହରର ବିଦ୍ୟୁତ କାର୍ଯ୍ୟ ପାଇଁ ଆସନ୍ତା କାଲି ସକାଳ 9 ଘଣ୍ଟା ସମୟରୁ ଅପରାହ୍ନ 2 ପର୍ଯ୍ୟନ୍ତ ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ହେବ | ଆଶା କିରଣ,ଲ କଲେଜ,ଚନ୍ଦନ ନଗର, କୋକସିଆଲ ଏରିଆ,ଭଟଲି ଛକ,ନିଗମାନନ୍ଦ ବିହାର,ଜ୍ୟୋତି ନଗର,SS ଲକ୍ଷ୍ମୀ ନାରାୟଣ ଭିଲ୍ଲା,ଆଶୀର୍ବାଦ ଭିଲ୍ଲା,ମାତୃ ବିହାର, ଆନନ୍ଦ ଧାମ ଏରିଆ ପ୍ରଭାବିତ ହେବ ବୋଲି ସୂଚନା ଦିଆଯାଇଛି | ଏନେଇ ଜନସାଧାରଣଙ୍କୁ ସହଯୋଗ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।