ବରଗଡ଼ ଜିଲ୍ଲା କାରାଗାରରେ କ୍ରିମିନାଲ ମନିଟୋରିଙ୍ଗ ଓ ଟ୍ରାକିଙ୍ଗ ସିଷ୍ଟମ ଯାଞ୍ଚ ପାଇଁ ଜେଲ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି | ରବିବାର ଅପରାହ୍ନ 4 ଘଣ୍ଟା ସମୟରେ ବରଗଡ଼ SDPO ଙ୍କ ତତ୍ୱାବଧାନରେ ଟାଉନ ପୋଲିସ,ସଦର ପୋଲିସ, ବରପାଲି ପୋଲିସ, ଗ୍ରାମାଞ୍ଚଳ ପୋଲିସ ଉପସ୍ଥିତ ରହି ଜେଲ ପ୍ୟାରେଡରେ କ୍ରିମିନାଲ ମନିଟୋରିଙ୍ଗ ସହ ଜେଲର ସମସ୍ୟା ବୁଝିଥିଲେ | ଜେଲ ପରିଦର୍ଶନ କରି ବିଭିନ୍ନ ବିଷୟରେ ଯାଞ୍ଚ କରିଥିଲେ | ଜେଲ ରେ ହେଉଥିବା ବିଭିନ୍ନ ବେଆଇନ କାର୍ଯ୍ୟକୁ ରୋକିବା ସହ ନିଶା ସାମଗ୍ରୀ ସେବନକୁ ରୋକିବା ପାଇଁ ଏହା ଅନୁଷ୍ଠିତ କରାଯାଇଛି ।