ଶବ ସତ୍କାରକୁ ଯେଇ ଫେରିବା ବେଳେ ଶବ ପାଲଟିଗଲେ ଜଣେ ବ୍ୟକ୍ତି l ଅଟୋ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି l ମୃତକ ହେଲେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ପାଲିଗୁଡା ର ହରିମାଝି (45) l ସୂଚନା ଅନୁଯାଇ, ଆଜି ସନ୍ଧ୍ୟାଚାରିଟା ବେଳେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ପାଲିଗୁଡା ଗାଁ ର ହରିମାଝି ଏବଂ ତାଙ୍କ ପରିବାର ଲୋକେ ନିଜ ସମ୍ପର୍କୀୟଙ୍କ ଶବ ସତ୍କାର ପାଇଁ ଏକ ଅଟୋ ଗାଡି ବାଲିଆ ନିକଟରେ ଥିବା ବାମୁଣୀପୁଟ ଯାଇଥିଲେ l କାମ ସାରି ବୈପାରୀଗୁଡା ଫେରିବା ବେଳେ ବୁରୁଡିପୁଟ ଛକରେ ଅଟୋ ଭରସାମ୍ୟ ହରାଇ ଅଲଟି ପଡିଥିଲା l ଯାହାଫଳରେ ଅଟୋ ରେ ବସିଥିବା ହରି ମାଝିଙ୍କ ମୃତ୍ୟୁ ଘଟିଛି