ବଲାଙ୍ଗୀର: ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦାବି ନେଇ ଗର୍ଜିଲେ ଆନ୍ଦୋଳନକାରୀ
ରାଜ୍ୟସ୍ତରୀୟ ଦାବିକୁ ନେଇ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଧାରଣା ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନକାରୀ। ନିଜ ନିଜ ଦାବି ପୂରଣ ଦାବିରେ ସେମାନେ ନାରାବାଜି ସହିତ ପ୍ରତିବାଦ କରିଥିଲେ। ଆନ୍ଦୋଳନକାରୀମାନେ କହିଛନ୍ତି, ଦୀର୍ଘଦିନ ଧରି ଦାବି ଉଠାଇ ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇନାହିଁ। ଯଦି ଶୀଘ୍ର ଦାବି ପୂରଣ ନ ହୁଏ, ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସତର୍କ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ମୁତୟନ ଥିବାବେଳେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି।