ଧର୍ମଗଡ: ବିଷ ପିଇ ଟେକପଡା ଗାଁ ର ମହିଳା ଗୁରୁତର
ଧର୍ମଗଡ ଥାନା ଟେକପଡା ଗାଁ ରେ ରବିବାର ସକାଳ ୧୧ ଟା ସମୟରେ ବିଷ ପିଇ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ ।ମହିଳା ଜଣକ ହେଉଛନ୍ତି ଟେକପଡା ର ସୌଦା ମାଝୀ ବୋଲି ଜଣାପଡିଛି । ପରିବାର ଲୋକେ ଘରେ କେହି ନ ଥିବା ସମୟରେ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ ଉକ୍ତ ମହିଳା ଜଣକ । ତେବେ ପରିବାର ଲୋକେ ଖବର ପାଇ ଉକ୍ତ ମହିଳା କୁ ଗୁରୁତର ଭାବରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଭର୍ତ୍ତି କରି ଚିକିତ୍ସିତ କରିଥିଲେ।