ଝାରସୁଗୁଡା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜ ଦିନ ବାରଟା ସମୟରେ ସୁଲଦିଆପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନିୟମିତ ପରିଦର୍ଶନ କରି ସେଠାରେ ଥିବା ସମସ୍ୟା ଓ ଆବଶ୍ୟକତା ସମୀକ୍ଷା କରୁଛନ୍ତି। ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରେଣୀ ଗୃହକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିଥିଲେ। ପିଲାମାନଙ୍କର ପଠନ ଦକ୍ଷତା ପରଖିବା ପାଇଁ ସେ ସେମାନଙ୍କୁ ବହି ପଢିବାକୁ କହିବା ସହ