ଫୁଲବାଣୀ ସହର: ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପ୍ରତିବାଦରେ ଆଜି ମେଡ଼ିକାଲ ଛକରେ ରାସ୍ତାରୋକ
ଫୁଲବାଣୀ ଜିଲ୍ଲାମୂଖ୍ୟଚିକିତ୍ସାଳୟରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ପ୍ରତିବାଦରେ ଆଜି ମେଡ଼ିକାଲ ଛକଠାରେ ରାସ୍ତାରୋକ କରିଛନ୍ତି ମୃତକଙ୍କ ପରିବାର ସମେତ ଶତାଧିକ ଗ୍ରାମବାସୀ।ଲୋକମାନେ ମେଡ଼ିକାଲ ସାମନାରେ ମୂଖ୍ୟ ରାସ୍ତା ଉପରେ ବସି ରହିବା ଫଳରେ ଏହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ସ୍ଥାନୀୟ ମଣ୍ଡଳ କାରାଗାରରେ ଥିବା ବିଚାରାଧୀନ କଏଦୀ ଫିରିଙ୍ଗିଆ ଥାନା ଡିମିରିଗୁଡା ଗ୍ରାମର ଅଭିରାମ ଦିଗାଲଙ୍କୁ ଅସୁସ୍ଥ ଅବସ୍ଥାରେ ଜେଲ କର୍ତ୍ତୃପକ୍ଷ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।