ପଧାନପାଲି ଠାରେ ଧାନ ବିକ୍ରୟ ଉପକେନ୍ଦ୍ର ଉଦଘାଟିତ ସୂଚନା ଅନୁସାରେ ଆଜି ଅପରାହ୍ନ ୧ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା କୁହିବାହାଲ ପଞ୍ଚାୟତର ପଧାନପାଲି କଲ୍ୟାଣ ମଣ୍ଡପ ଠାରେ ମହଦା ସେବା ସମବାୟ ସମିତି ପକ୍ଷରୁ ଧାନ ବିକ୍ରୟ ଉପକେନ୍ଦ୍ର ଉଦଘାଟିତ ହୋଇଯାଇଛି l ସମିତିର ସମ୍ପାଦକ ନାରାୟଣ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବି ଡି ଓ ଶରତ ବାଗ, ସରପଞ୍ଚ ସୁଦାମ ପଧାନ ଯୋଗଦେଇ ଯଥାରିତ ପୂଜାର୍ଚ୍ଚନ ପରେ ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିଥିଲେ l ଏଥିରେ ପୂଜକ ଭାବେ ବିଭୁତି ପୁରୋହିତ ଦାୟିତ୍ଵ ତୁଲାଇଥିଲେ l ଆଜି ପ୍ରଥମ ଦିନରେ ୫ ଜଣ ପଞ୍ଜୀକ