କୋକସରା ବ୍ଲକ ଖୁଣ୍ଟିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଲାମ୍ବର ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ବାର୍ଷିକ ଉତ୍ସବକୁ ଉଦଘାଟନ ପୂର୍ବକ ନିଜ ବକ୍ତବ୍ୟରେ ବିଦ୍ୟାଳୟର ଉତ୍କର୍ଷତା ହିଁ ଛାତ୍ରଛାତ୍ରୀ ଙ୍କ ପାଇଁ ପ୍ରେରଣା ର ଉତ୍ସ ବୋଳି କହିଥିଲେ।