ବାଲେଶ୍ୱର ଲୋକ ମହୋତ୍ସବର ଗୁରୁବାର ନବନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି ଅବସରରେ ଉପସଭାପତି ସିମନ ଦାସ ମହାପାତ୍ର ସଭାପତିତ୍ୱ କରିଥିବାବେଳେ ଅତିଥି ଭାବେ ପୂର୍ବତନ ବ୍ରିଟ ଅଧକ୍ଷ ଆଲୋକ ସାହୁ, କଂଗ୍ରେସ୍ ଜିଲ୍ଲା ସଭାପତି ସତ୍ୟଶିବ ଦାସ, ବିସିଆଇସି ର ସଭାପତି ସଞ୍ଜୟ ଦାସ, ପିଏନବି ଶାଖା ପରିଚାଳକ ବିଶ୍ୱଜିତ ବିଶ୍ଵାଳ, ଉପଦେଷ୍ଟା ପ୍ରକାଶ କିଶୋର ନାୟକ ଯୋଗ ଦେଇ ମହୋତ୍ସବର ଉନ୍ନତି କାମନା କରିଥିଲେ। ଏହି ମଞ୍ଚ କାର୍ଯ୍ୟକ୍ରମ କୁ ଗୁରୁବାର ରାତ୍ର ୮:୩୦ ରେ ସମାପନ କରାଯାଇଥିଲା।