ଟାଉନ ଥାନା ନିକଟରେ ପୋଲିସ ପକ୍ଷରୁ ଖୋଲିଲା ଜଳଛତ୍ର। ଶୁଭାରମ୍ଭ କଲେ ଥାନାଧିକାରୀ। ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏନେଇ ବାଲେଶ୍ଵର ସହରସ୍ଥିତ ଟାଉନ ଥାନା ନିକଟରେ ସୋମବାର ପୂର୍ବାହ୍ନ ସମୟରେ ପୋଲିସ ପକ୍ଷରୁ ଏକ ଜଳଛତ୍ରର ଶୁଭାରମ୍ଭ କରାଯାଇଛି। ଥାନାଧିକାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ବାରା ଥାନାକୁ ଆସୁଥିବା ଲୋକ ସହ ପଥଚାରୀଙ୍କ ଶୋଷ ମେଣ୍ଟି ପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।