କୋଟପାଡ: ବୈପାରୀଗୁଡା ମୁଖ୍ୟ ଛକରେ ଏ ଆଇ କେ କେ ଏମ ଏସ ର ପ୍ରତିବାଦସଭା, କେନ୍ଦୁଝରରେ ଜମି ଅଧିଗ୍ରହଣ ବିରୋଧୀ ମଞ୍ଚ ନେତାଙ୍କୁ ପୋଲିସ ଗିରଫକୁ ବିରୋଧ
Kotpad, Koraput | Nov 30, 2025 ଜମି ଅଧିଗ୍ରହଣ ବିରୋଧୀ ମଞ୍ଚ ନେତାଙ୍କୁ ପୋଲିସର ଗିରଫ ପ୍ରତି ବାଦରେ ଏ ଆଇ କେ କେ ଏମ ଏସ ର ପ୍ରତିବାଦ ସଭା । ବୈପାରୀଗୁଡା ମୁଖ୍ୟ ଛକରେ ଆଜି ଅପରାହ୍ନ ୨ ଟା ସମୟରେ ଏ ଆଇ କେ କେ ଏମ ଏସ ର କର୍ମକର୍ତା ଫ୍ଲାଗ କାର୍ଡ ଧରି ବିକ୍ଷୋଭ ପଦର୍ଶନ କରିଥିଲେ l ଜିଲ୍ଲା ସମ୍ପାଦକ ରାମ ବାରିକ ଙ୍କ ନେତୃତ୍ୱରେ ବିରୋଧ ସଭା ଅନୁଷ୍ଠିତ ହୋଇଯାଇଛି l ଜିନ୍ଦଲ - ପୋସ୍କୋ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣ ସକାଶେ,ଜମି ଅଧିଗ୍ରହଣ ବିରୋଧୀ ମଞ୍ଚ ନେତାଙ୍କୁ ପୋଲିସର ଗିରଫ କରିଛି ଏହାକୁ ବିରୋଧ କରାଯାଇଛି l