ଝାରସୁଗୁଡା ଜିଲ୍ଲା ବନହରପାଳି ଥାନା ଅନ୍ତର୍ଗତ ରମ୍ପେଲା ବ୍ରିଜ ରେ ଟାୟାର ଫାଟି ଦୁର୍ଘଟଣା ଫଳରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲେ ଭାରିଯାନ, ଘଟଣାସ୍ଥଳରେ ଦମକଲ ବାହିନୀ ପହଞ୍ଚି ନିଆଁକୁ କଲେ ଆୟତ୍ତ। ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ଦୁଇଟା ସମୟରେ ରମ୍ପେଲା ବ୍ରିଜ ଉପରେ ଏକ କୋଇଲା ବୋଝେଇ ଟ୍ରକର ଆଗ ଚକ ଫାଟିଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜର କାନ୍ଥରେ ପିଟି ହୋଇଥିଲା ଫଳରେ ଇଞ୍ଜିନରେ ନିଆଁ ଲାଗି ଟ୍ରକଟି ହୁତୁହୁତୁ ହୋଇ ଜଳିଯାଇଥିଲା। ଦୁର୍ଘଟଣା ପରେ ସୌଭାଗ୍ୟ ବଶତଃ ଟ୍ରକ ଡ୍ରାଇଭର ଓହ୍ଲାଇ ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ନେଇ ଜଣାପଡିଛି।