ତାଳଚେର ସଦର: ବଡ଼ତ୍ରିବିଡା ଗ୍ରାମରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ବିଧାୟକ
କଣିହାଁ ବ୍ଲକ ବଡ଼ତ୍ରିବିଡ଼ା ଗ୍ରାମରେ ମା ରାମଚଣ୍ଡୀଙ୍କ ନୂତନ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଓ ନୂତନ କମ୍ୟୁନିଟି ସେଣ୍ଟରର ଶୁଭ ଉଦଘାଟନ ସୋମବାର ସକାଳ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ସମେତ ବଡ଼ତ୍ରିବିଡ଼ା ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।