ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନୀତି ଆଦର୍ଶ ଓ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସୁକିନ୍ଦା ବିଜେପି କାର୍ଯ୍ୟାଳୟରେ ରବିବାର ଦିବା 12 ଘଟିକା ସମୟରେ ତେଲିବାହାଳି ଗ୍ରାମର ଅନ୍ୟ ଦଳର କର୍ମୀ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଉପସ୍ଥିତରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି । ସମସ୍ତଙ୍କୁ ଦଳୀୟ ଉତ୍ତରି ଓ ଟୋପି ପିନ୍ଧାଇ ଦଳରେ ସାମିଲ କରାଇଛନ୍ତି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।