ଜୟପୁର ସଦର ଥାନା ଅନ୍ତର୍ଗତ ରେଲେଵ ଛକ ନିକଟରେ ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଛି l ଫଳରେ ବାଇକ ଚାଳକ ଗୁରୁତର ଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି । ଆଜି ସଂନ୍ଧ୍ୟା 5ଟାରେ ପଟାଙ୍ଗୀ ଥାନା ଅନ୍ତର୍ଗତ ମାଳିପୁଟ ଗ୍ରାମର ଧର୍ମେନ୍ଦ୍ର କୁମାର ଚୌଧୁରୀ ଏକ ଓମିନି କାରରେ ଜଗଦଲପୁର ଠାରୁ ମାଳିପୁଟ ଯିବା ସମୟରେ ଜୟପୁର ଠାରୁ ବୋରିଗୁମ୍ମା ଅଭିମୁଖେ ଯାଉଥିବା ଏକ ବାଇକ ଜୋରରେ ଆସି କାରରେ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ୩ଜଣ ଯୁବକ ଛିଟିକି ପଡିଥିଲେ। ଘଟଣା ସ୍ଥଳରେ ଥିବା ଲୋକେ ଅହତଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।