ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ଉପରେ ତଥା ଝଗରପୁର ଠାରେ ଆଜି ଫୋରମ ଫର ଗ୍ରାମସଭା କମିଟି ଆନୁକୁଲ୍ୟରେ ୧୨ ଘଣ୍ଟିଆ ଅର୍ଥନୈତିକ ରାସ୍ତା ଅବରୋଧ ହୋଇଛି। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଆଦିବାସୀମାନେ ଏକତ୍ରିତ ସୋଇଛନ୍ତି। କୁତ୍ରା ବ୍ଳକର ଲାଞ୍ଜିବେଣ୍ଣା ଠାରେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ପକ୍ଷରୁ ବିନା ଗ୍ରାମସଭା ରେ ବେଆଇନ ଭାବେ ଜମି ଅଧିଗ୍ରହଣ ବିରୋଧରେ ଏହି ରାସ୍ତା ଅବରୋଧ ହୋଇଛି।