ଆସନ୍ତା ୧୧ ତାରିଖ ଦିନ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀଙ୍କର ଓଡିଶାଗସ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ବର ଆସିବାର ରହିଛି । ଏଥିପାଇଁ କଂଗ୍ରେସ ଦଳ ପକ୍ଷରୁ ସଜବାଜ ଚାଲିଛି । ଗସ୍ତକୁ ସଫଳ କରିବା ପାଇଁ ରବିବାର ସନ୍ଧ୍ୟା ୬ଟାରେ ଗାନ୍ଧୀ ମନ୍ଦିର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଏବଂ ଜିଲ୍ଲା ସ୍ତରୀୟ କଂଗ୍ରେସ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।