କୁନ୍ଦୁରା ବ୍ଲକ ଅନ୍ତର୍ଗତ ବାଣୁଆଗୁଡା ପଂଚାୟତ ସଦର ମହକୁମା ଠାରେ ନୂତନ ପଂଚାୟତ ଗୃହ ନିର୍ମାଣ ପାଇଁ ଦାବୀ ହୋଇଛି l ଆଜି ବାଣୁଆଗୁଡା ପଞ୍ଚାୟତ ବାସୀ ଏକତ୍ରିତ ହୋଇ କୁନ୍ଦୁରା ବିଡ଼ିଓ ପି ମନସ୍ମିତାଙ୍କ ଜରିଆରେ କୋରାପୁଟ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l ବାଣୁଆଗୁଡା ଠାରେ ନୂତନ ପଞ୍ଚାୟତ ଗୃହ ନିର୍ମାଣ ନିମନ୍ତେ ସରକାରୀ ନିର୍ଦ୍ଧେଶନାମା ହୋଇଛି l ଦୀର୍ଘ ବର୍ଷ ହେଲା ବାଣୁଆଗୁଡା ସଦର ମହକୁମା ଠାରେ ରାଜବଗାନ୍ଧୀ ସେବା କେନ୍ଦ୍ରରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲି ଆସିଛି l ଏହି କାମକୁ ଅନ୍ୟତ୍ର ନେବା ପାଇଁ ଯୋଜନା କୁ ବିରୋଧ କରାଯାଇଛି l