ଗଞ୍ଜାମ ଜିଲ୍ଲାରେ ଲାଗି ରହିଛି ଶୀତର ପ୍ରଭାବ। ଗତ 24 ଘଣ୍ଟାରେ ହିଞ୍ଜିଳିକାଟୁର ପାରଦ 16.6 ଡିଗ୍ରୀ ସେଲସିୟ ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥି ସହିତ ଘନ କୁହୁଡି ମଧ୍ଯ ହିଞ୍ଜିଲିରେ ଦେଖିବାକୁ ମିଳିଛି। ଘନ କୁହୁଡି ପାଇଁ ଜନ ଜୀବନ ବାଧାପ୍ରାପ୍ତ ହୋଇଥିବା ବେଳେ ଆଗାମୀ 6 ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।