ଦିଗପହଣ୍ଡି: ଗୋକର୍ଣପୁର ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ଦୃଘଟଣା ଗ୍ରସ୍ତ,ଚାଳକ ଗୁରୁତର , ଅନ୍ୟଜଣେ ଆହତ
ଗୋକର୍ଣପୁର ମୁଖ୍ୟ ରାସ୍ତାରେ ଏକ ମୋଟର ସାଇକେଲ ଦୃଘଟଣା ଗ୍ରସ୍ତ ହୋଇଚି ଯାହାଫଳରେ ମୋଟର ସାଇକେଲ ଚାଳକ ଗୁରୁତର ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଚାଳକ ଜଣଙ୍କ ହେଲେ ଜୟ ପ୍ରଧାନ ଏବଂ ଆହତ ଜଣଙ୍କ ହେଲେ ସୌମ୍ୟରଞ୍ଜନ ଲେଙ୍କା ଦୁଇଙ୍କ ଘର ବ୍ରହ୍ମପୁର ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ଜୟ ପ୍ରଧାନ ଏବଂ ସୌମ୍ୟରଞ୍ଜନ ଲେଙ୍କା ଏକ ମୋଟର ସାଇକେଲ ଯୋଗେ କେଉଁ କାମରେ ବାହାରକୁ ଯାଉଥିଲେ ହେଲେ ରାସ୍ତାରେ ଦୁଇଜଣ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବେଳେ ଗୋକର୍ଣପୁର ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ଟି ଭାରସାମ୍ୟ ହରାଇ ଦୃଘଟଣା ଗ୍ରସ୍ତହେଲା