କରଞ୍ଜିଆ: କୃଷକ ସଚେତନତା ରଥକୁ କାର୍ଯ୍ୟାଳୟ ପରିସରରେ ଉଦଘାଟନ କଲେ ଉପଜିଲ୍ଲାପାଳ
ଆନ୍ତର୍ଜାତିକ ସମବାୟ ବର୍ଷ -2025 ପାଳନ ପରିପ୍ରେକ୍ଷୀରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆଜି ଏକ କୃଷକ ସଚେତନତା ରଥକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଦିବା ୧୦ ଘଟିକା ସମୟରେ ଉଦଘାଟନ କରିଛନ୍ତି।ସଶକ୍ତ ସମବାୟ,ସୁଦୃଢ ସମାଜ, ସମ୍ଵରୁଦ୍ଧ ଜୀବନ ଲକ୍ଷକୁ ସାକାର କରିବା ଉଦ୍ଦେଶ୍ୟରେ ଏହି ରଥ ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏଆରସିଏସ୍ ବସନ୍ତ କୁମାର ନାୟକଙ୍କ ସହିତ ସମବାୟ ବିଭାଗର ସମସ୍ତ ଅଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ।