ପାଲଲହଡା: ବଲାଙ୍ଗୀ ଗ୍ରାମ ନିକଟରୁ ମହିଳାଙ୍କ ଠାରୁ ସୁନାଚେନ ଓ ମୋବାଇଲ ଲୁଟିନେଲେ ଦୁର୍ବୁତ୍ତ
ସମଲ ଥାନା ଅଧୀନସ୍ଥ ବଲାଙ୍ଗୀ ଗାଁ ଠାରୁ ପ୍ରାୟ ୫୦୦ ମିଟର ଦୂର ରାସ୍ତାରେ ସୋମବାର ସକାଳ ୧୧.୩୦ ମିନିଟ ସମୟରେ ହଠାତ୍ ୩ ଜଣ ଦୁର୍ବୁତ୍ତ କଳାରଙ୍ଗର ବାଇକରେ ଆସି ରାସ୍ତା ମଝିରେ ସ୍ବାମୀସ୍ତ୍ରୀ ଙ୍କୁ ଅଟକାଇ ବେକରେ ଭୁଜାଲି ଲଗାଇ ଭୟଭୀତ କରି ଗୋଟିଏ ସୁନା ଚେନ୍ ଓ ମୋବାଇଲ ଛଡ଼ାଇ ନେଇ ଚାଲିଯାଇଛନ୍ତି । ଚୋରି ଘଟଣାକୁ ନେଇ ସମଲ ଥାନାରେ ଅଭିଯୋଗ ପରେ ସମଲ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।