ଶନିବାର ଦିବା ୧୦ ଘଣ୍ଟା ସମୟରୁ ବରଗଡ଼ କୋର୍ଟରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି | ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇଦେବା ଲକ୍ଷରେ ଶନିବାର ଅନୁଷ୍ଠିତ ହୋଇଛି ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ । ଏହି ଲୋକ ଅଦାଲତରେ ଅସହାୟ ଗରିବ ଲୋକଙ୍କ ମୋକଦ୍ଦମାର ନ୍ୟାୟ ବିନା ମୂଲ୍ୟରେ ପ୍ରଦାନ କରାଯାଇଛି । ଏହି ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ ଓ ଫୌଜଦାରୀ (ସାଲିସ ଯୋଗ୍ୟ),ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କଋଣ,ବିଦ୍ୟୁତ ଓ ଜଳଯୋଗାଣ,ପାରିବାରିକ ସମସ୍ୟା,ଜମି ଅଧିଗ୍ରହଣ,ଶ୍ରମ ବିବାଦ,ଚେକ୍ ବାଉନ୍ସ