ପାପଡାହାଣ୍ଠି ବ୍ଲକ ଅନ୍ତର୍ଗତ କଣ୍ଟାମାଳ ଗାଁ ରେ ଡଙ୍ଗର କିସମ ଜମି ରେ କଥିତ ନୂତନ ଚର୍ଚ୍ଚ ନିର୍ମାଣ କୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମବାସୀ ଙ୍କୁ ସମର୍ଥନ ଜଣାଇଛି ହିନ୍ଦୁ ମହାସଂଘ। ଏହି ପରିପ୍ରେକ୍ଷୀରେ କଣ୍ଟାମାଳ ମାଁ ଠାକୁରାଣୀ ମନ୍ଦିର ରେ ଗ୍ରାମବାସୀ ଏକତ୍ରିତ ହୋଇ ଆଲୋଚନା କରିଥିଲେ। ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ ସହ ବ୍ଲକ ର ଏକ ସ୍ବତନ୍ତ୍ର ଟିମ୍ ପାପଡାହାଣ୍ଡି ତହସିଲଦାର ଙ୍କୁ ଭେଟି ଏହି ସମସ୍ୟାର ସମାଧାନ ପାଇଁ ଏକ ଦରଖାସ୍ତ ପ୍ରଦାନ କରିଛନ୍ତି।