ଗୁରୁବାର କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଜ ଶିଶୁର ଚିକିତ୍ସା ପାଇଁ ଆସିଥିବା ଜନୈକ ଦମ୍ପତିଙ୍କ ଏକ ମୋବାଇଲ ଫୋନ୍ ଚୋରି ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ସୂଚନା ଅନୁସାରେ ନୁଆ ଗାଁ ର ଏକ ଦମ୍ପତିଙ୍କ ମୋବାଇଲ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଟୀକାକରଣ ପ୍ରକୋଷ୍ଠରୁ ଚୋରି ହେଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ଯୋଗୁଁ ଚୋରି ଦୃଶ୍ୟ କଏଦ ହେଇ ନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।