ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ଅନ୍ତର୍ଗତ ଜଗଦେବପୁର ଗ୍ରାମର ବିଜେଡିର ପୂର୍ବତନ ୱାର୍ଡ ମେମ୍ବର ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଶ୍ରୀ ବାଲ୍ମୀକି ସାହୁ ଏବଂ ଶ୍ରୀ ଲିଙ୍ଗରାଜ ପ୍ରଧାନ ବିଧିବଦ୍ଧ ଭାବେ ବିଜେଡି ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ପାତ୍ରପୁର ଠାରେ ରବିବାର ମଧ୍ୟାହ୍ନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଉପସ୍ଥିତ ରହି ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ।