ପୋଲସରା: ପୋଲସରା ବନାଞ୍ଚାଳ କନିଆରୀ ଗ୍ରାମରେ ୭୫ ତମ ବନ ମହୋତ୍ସବ।
କନିଆରୀ ଗ୍ରାମର ବନମହୋତ୍ସବ ।ଓଡ଼ିଶା ସରକାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶ କ୍ରମେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ପୋଲସରା ବନାଞ୍ଚଳ ପକ୍ଷରୁ ଆଜି କନିଆରୀ ଗ୍ରାମରେ ୭୫ତମ ବନମହୋତ୍ସବ ପାଳିତ ହୋଇଯାଇଅଛି।ପୋଲସରା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବନମହୋତ୍ସବ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଡ଼ିଓ ସାଗରୀକା ଷଡ଼ଙ୍ଗୀ, ପୋଲସରା ତହସିଲଦାର ରୁବୀ ବେହେରା,ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ କୈଳାଶ ଚନ୍ଦ୍ର ବେହେରା,ସମାଜସେବୀ ପୀତବାସ ସାହୁ, ପ୍ରକୃତି ପ୍ରେମୀ ଏ ବ୍ରହ୍ମଚାରୀ ଆଚାରୀ ଯୋଗଦେଲେ