ସୋନପୁର: ସ୍ଥାନୀୟ ସଂସ୍କୃତି ଭବନ ଠାରେ ମହାନଦୀ ସାହିତ୍ୟ ସଂସଦ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ମହାନଦୀ ଉତ୍ସବ ଅନୁଷ୍ଠିତ
ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ମହାନଦୀ ସାହିତ୍ୟ ସଂସଦ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ମହାନଦୀ ଉତ୍ସବ ସଭାପତି ଡ ସୌରଭ ରଞ୍ଜନ ଖମାରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି |ମୁଖ୍ୟ ଅତିଥି ଭାବରେ ଜିଲ୍ଲପାଳ ଡ ନୃପରାଜ ସାହୁ, ସମ୍ମାନିତ ଅତିଥି ଭାବରେ ଉପ ଜିଲ୍ଲାପାଳ ଡ ସୌମ୍ୟରୂପା ରଥ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସୁଦାମ ନାଏକ ଯୋଗଦେଥିଲେ |ଉପ ସଭାପତି ଶ୍ରୀଯୁକ୍ତ ବେଣୁଧର ପଧାନ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ |ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସାହୁ ବାର୍ଷିକ ବିବରଣୀ ପଠନ ସହ ମଞ୍ଚ ପରିଚାଳନା କରିଥିଲେ।