କୁଚିଣ୍ଡା ବ୍ଲକ କୁଡ଼ାପଡା ସ୍ଥିତ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୩୧ ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ଲମ୍ବୋଦର କୁମୂରା ଙ୍କ ସଭାପତିତ୍ବରେ ଜିଲ୍ଲାପରିଷଦ ସଭ୍ୟ ଅଜିତ କୁମାର ମହାପାତ୍ର,ବିଶିଷ୍ଟ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ, ଓଷ୍ଟା ବ୍ଲକ ସମ୍ପାଦକ କମଳ ଲୋଚନ ବେହେରା, ଅଧ୍ୟାପକ ସତ୍ୟ ନାରାୟଣ ପଟେଲ୍ ଓ ସାମ୍ବାଦିକ ପ୍ରଭାତ ବେହେରା ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ମଧୁବାବୁ ଓ ଉତ୍କଳ ମଣି ଗୋପବନ୍ଧୁଙ୍କୁ ଅନୁସରଣ କରି ବଡ଼ ଲୋକ ହେବା ଅପେକ୍ଷା ଭଲ ଲୋକ ହେବାକୁ ଆହ୍ଵାନ ଦେଇଥିଲେ।