ଗଞ୍ଜାମ ଜିଲ୍ଲାର ଶକ୍ତିପୀଠ ଙ୍କ ମଧ୍ୟରୁ ଖଲ୍ଲିକୋଟ ନାରାୟଣୀ ମନ୍ଦିର ଅନ୍ୟତମ । ପ୍ରାକୃତିକ ସୋନ୍ଦର୍ଯ୍ୟରେ ଭରପୁର ଭାଲେରୀ ପାହାଡ ପାଦଦେଶ ରେ ଅବସ୍ଥିତ ଏହି ଶକ୍ତିପୀଠ । କିନ୍ତୁ ପୂର୍ବ ସରକାର ସମୟରେ ନାରାୟଣୀ ମନ୍ଦିର ଉନ୍ନତି କରଣ ପାଇଁ ୧ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା । କିନ୍ତୁ ଏଯାବତ କାମ ସଂପୂର୍ଣ୍ଣ ହୋଇ ପାରିନି । ଯାହା ଫଳରେ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏ ସମ୍ପର୍କରେ ଆଜି ଅପରାହ୍ନ ସାଢ଼େ ୨ ଟା ସମୟରେ ମନ୍ଦିର ପରିରରେ ପ୍ରତିକ୍ରିୟା ରଖିଛନ୍ତି ପର୍ଯ୍ୟଟକ ଓ ମନ୍ଦିର ପୂଜକ ।