ଲୋକଉତ୍ସବ ଲୋକଙ୍କ ଉତ୍ସବ ହେବା ଥିଲେ ମଧ୍ୟ ଏଥିରେ ଆଇନଜୀବୀ ସମୁଦାୟକୁ ସାମିଲ ନ କରାଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଆଜି କାର୍ଯ୍ୟାଳୟ ପରିସରରେ ଓକିଲ ସଂଘ ପକ୍ଷରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖାଯାଇଛି। ଓକିଲ ସଂଘର ସଭାପତି କହିଛନ୍ତି, ଲୋକଉତ୍ସବ ଯଦି ସତ୍ୟ ସାର୍ଥକ ଭାବେ ଲୋକଙ୍କ ଉତ୍ସବ, ତେବେ ସମସ୍ତ ବର୍ଗ ଓ ସଂଗଠନଙ୍କୁ ସମାନ ମର୍ଯ୍ୟାଦା ମିଳିବା ଦରକାର। ଆଇନଜୀବୀମାନଙ୍କୁ ଅନଦେଖା କରି ଆୟୋଜିତ ଉତ୍ସବକୁ ସେମାନେ ‘ପ୍ରହସନତ୍ସବ’ ବୋଲି ଅଭିହିତ କରିଛନ୍ତି ଏବଂ ପ୍ରଶାସନର ଏହି ମନୋଭାବକୁ ନିନ୍ଦା କରିଛନ୍ତି।