ଝିଲିମିଲିଗୁଡାରେ ମାଣ୍ଡିଆ ଗଦାରେ ନିଆଁ, ଚାରି ଏକର ମାଣ୍ଡିଆ ପୋଡ଼ି ପାଉଁଶ, ଆଜି ଅପରାହ୍ନ ଚାରିଟା ସମୟରେ ବୈପାରିଗୁଡା ବ୍ଲକର ମାଠପଡା ପଞ୍ଚାୟତ ଅନ୍ତର୍ଗତ ଝିଲିମିଲିଗୁଡା ଗ୍ରାମରେ ଏଭଳି ଘଟିଛି l ଚାଷୀ ଭୁବନ ପାଙ୍ଗି ନିଜ ଜମିରେ ମାଣ୍ଡିଆ ଅମଳ ପରେ ଖଳାରେ ରଖିଥିବା ବେଳେ କୌଣସି କାରଣରୁ ଗଦାରେ ନିଆଁ ଲାଗି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଭୁବନ ପାଙ୍ଗିଙ୍କ ସହ ଅନ୍ୟ ଚାଷୀମାନେ ମଧ୍ୟ ନିଜ ନିଜର ମାଣ୍ଡିଆ ଓ ଧାନ ଅମଳ ପରେ ଗୋଟିଏ ଖଳାରେ ଗଦା କରି ରଖିଥିଲେ। କୌଣସି କାରଣରୁ ଭୁବନଙ୍କ ୪ ଏକର ଜମିର ମାଣ୍ଡିଆ ଗଦାରେ ନିଆଁ ଲାଗିଯାଇଥିଲା l