ପୋଲସରା: କରଚୁଲି ସଂରକ୍ଷଣ ଜଙ୍ଗଲରେ ୭୫ ତମ ବନ ମହୋତ୍ସବ ପାଳିତ
କରଚୁଲି ସଂରକ୍ଷଣ ଜଙ୍ଗଲରେ ୭୫ତମ ବନମହୋତ୍ସବ ଓଡ଼ିଶା ସରକାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶ କ୍ରମେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳ ପକ୍ଷରୁ ଆଜି ଦିବା ୧୨ ଘଣ୍ଟା ସମୟରେ କରଚୁଲି ସଂରକ୍ଷଣ ଜଙ୍ଗଲରେ ୭୫ତମ ବନମହୋତ୍ସବ ପାଳନ ହୋଇଯାଇଛି। ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବନ ମହୋତ୍ସବ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ବନ ସଂରକ୍ଷଣ ଅଧିକାରୀ ଡ଼ଃ ସଂଞ୍ଜୟ କୁମାର ସ୍ବାଇଁ ବ୍ରହ୍ମପୁର,ରଜତ ମିଶ୍ର ଅତିରିକ୍ତ ବନ ସଂରକ୍ଷଣ ଅଧିକାରୀ ବ୍ରହ୍ମପୁର, ବିନୋଦ କୁମାର ଆଚାରୀ ଯୋଗଦେଇଥିଲେ।