ନେସନାଲ ହେରାଲଡ ପ୍ରସଙ୍ଗରେ ଇଡି,ସିବିଆଇ ଓ ବିଜେପି ବିରୋଧରେ ଆଜି ସନ୍ଧ୍ୟା ୬ଟାରେ ସେଣ୍ଟ୍ରାଲ ସ୍କୁଲ ଛକ ନିକଟସ୍ଥ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟ ଶିବ ଦାସ ଙ୍କ ନେତୃତ୍ୱରେ ଡ଼ିଆଇ ସି ଛକ ଠାରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଜିଲ୍ଳା ବିଜେପି କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା,ସରୋଜ ଲେଙ୍କା,ଅରୁଣ ଜେନା ପ୍ରମୁଖ ଯୋଗ ଦେଇଥିଲେ।