ମୋରଡା ବ୍ଲକ ଅଧୀନ ପଚାଖାଳି ଠାରେ ବାଇକରୁପଡି ଶୁକ୍ରବାର ଅପରାହ୍ନ ୩ଟାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ ଶୂଳିଆପଦା ଥାନା ଅଧୀନ ସରଡିହା ଗ୍ରାମର କାଳିଆ ପାଣିପାତ୍ର ନିଜର ଧର୍ମପତ୍ନୀ ମାଣିକ ପାଣିପାତ୍ରଙ୍କୁ ନେଇ ବେତନଟୀ ଥାନା ଅଧୀନ ଖଦିଶୋଳ ଗାଁକୁ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ l ଖଡିଶୋଳରୁ ଫେରୁଥିବା ସମୟରେ ପଚାଖାଳି ଠାରେ କୌଣସି କାରଣରୁ ପଛରେ ବସିଥିବା ମାଣିକ ପାଣିପାତ୍ର ଚଳନ୍ତା ବାଇକରୁ ଖସିପଡିଥିଲେ l