ଢେଙ୍କାନାଳ ସହର ନିକଟ ମହିଷାପାଟଠାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ମା ପାଇଁ ଗଛଟିଏ (୨.୦) ୭୬ ତମ ବନମହୋତ୍ସବ ସପ୍ତାହ ୨୦୨୫ପାଳିତ ହେଉଛି । ଆଜି ଶନିବାର ୫ମ ଦିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ସମ୍ମାନୀତ ଅତିଥିଭାବେ ଡିଏଫଓ ସୁମିତ କୁମାର କର, ସ୍ଥାନୀୟ କାଉନସିଲର ପ୍ରତାପ ନାଏକ,ଏସିଏଫ ଡଃ ଶ୍ୟାମା ଭାରତୀ ପ୍ରମୁଖ ଉପସ୍ଥିତରେ ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିମାନେ ବୃକ୍ଷ ରୋପଣ କରିଛନ୍ତି ।