ସୁବର୍ଣ୍ଣପୁର ସହରର ମାରୁତି ନଗର ଅଞ୍ଚଳରୁ ଜଣେ ବ୍ୟକ୍ତି ଙ୍କ ଘର ଭିତରୁ ଏକ ବିରାଟକାୟ ବିଷଧର ଗୁଖୁରାନାଗକୁ ଉଦ୍ଧାର କରା ଯାଇଛି।ନିଜ ଘର ଭିତରେ ଏହି ସାପଟିକୁ ଦେଖି ଭୟଭୀତ ହୋଇ ଯାଇଥିଲେ ଘର ମାଲିକ। ଘଟଣା ସ୍ଥଳରୁ କିଛି ଲୋକ ବନବିଭାଗ ସହିତ ଯୋଗାଯୋଗ କରିଥିଲେ।ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଉକ୍ତ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ମିଳିଛି।