ଏନ୍ ଏସ୍ ସି ବି ମହାବିଦ୍ୟାଳୟରେ ନିଯୁକ୍ତି ମେଳା ଅନୁଷ୍ଠିତ ସମ୍ବଲପୁରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସରକାରୀ ମହାବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଦୀପ କୁମାର ହରପାଲ୍ ଙ୍କ ଅଧ୍ୟକ୍ଷତାରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୁରଲୀଧର ମାଝୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ମେଳାକୁ ଉଦ୍ଘାଟନ କରିଥିଲେ।