ବାଲେଶ୍ବର ମ୍ୟୁନିସିପାଲଟି: ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଲେଶ୍ଵର ଜିଲ୍ଲା କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ
ନେସନାଲ ହେରାଲ୍ଡ ମିଛ ମାମଲାର କଂଗ୍ରେସ ର ନୈତିକ ବିଜୟ ହୋଇଛି। ଏ ନେଇ ଆଜି ଅପରାହ୍ନ ୪ ଟାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି ବିରୋଧରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା କଂଗ୍ରେସ ସଭାପତି ସତ୍ୟ ଶିବ ଦାସଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା,ପଦ୍ମଲୋଚନ ଲେଙ୍କା,ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ,ମହିଳା ଓ ଛାତ୍ର କଂଗ୍ରେସ ସଭାପତିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀଙ୍କ ଏକ ଶୋଭାଯାତ୍ରା ପୋଲିସ ଲାଇନ ଛକ ଠାରୁ ବାହାରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।