ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଇଦଗା ମହଲା ରୁ ଚୋରି ହୋଇଥିବା ଏକ ମୋବାଇଲ ଫୋନ କୁ ରାଜଗାଙ୍ଗପୁର ପୋଲିସ ଉଦ୍ଧାର କରିବା ସହ ଚୋର ମହମ୍ମଦ ଆଜହାର ଅହମଦ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଚୋରି ଘଟଣାରେ ରାଜଗାଙ୍ଗପୁର ପୋଲିସ ୨୪ ଘଣ୍ଟା ମଧ୍ୟରେ ଚୋର କୁ ଧରିବାକୁ ସକ୍ଷମ ହୋଇଛି।