ଆଜି ସୋନେପୁର କଲେଜ ପଡିଆ ରେ ସୁବର୍ଣ୍ଣପୁର ଓକିଲ ସଂଘ ଏକାଦଶ ଓ ଜିଲ୍ଲା ଅଦାଲତ (କୋର୍ଟ ଷ୍ଟାଫ )ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଖେଳାଯାଇଛି।ଜିଲ୍ଲା ଅଦାଲତ ଏକାଦଶ, ଜିଲ୍ଲା ଓକିଲ ସଂଘ ଏକାଦଶ କୁ 91 ରନରେ ପରାସ୍ତ କରି ବିଜୟୀ ହୋଇଛି। ମ୍ୟାଚରେ ଅଧିକ ରନ ଓ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ତ୍ରିଦେବଙ୍କୁ ମେନ୍ ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଛି।ପ୍ରଥମେ ବ୍ୟାଟିଙ୍ଗ କରିଥିବା ସୁବର୍ଣ୍ଣପୁର ଅଦାଲତ ଏକାଦଶ ନିର୍ଧାରିତ ୧୫ ଓଭରରେ ୧୬୯ ରନ କରିଛି। ଏହାର ଜବାବରେ ଜିଲ୍ଲା ଓକିଲ ସଙ୍ଘ ଏକାଦଶ ୭୮ ରନରେ ଅଲ୍ ଆଉଟ ହୋଇଥିଲା।