ଆଳି: ଓସ୍ତିଆ ଛକ ନିକଟରେ ରାଜକନିକା ପୋଲିସ ପକ୍ଷରୁ ଖୋଲିଲା ବୋର୍ଡର ଚେକ ପୋଷ୍ଟ। ୨୪ଘଣ୍ଟା ପୋଲିସ ରହିବେ ମୁତୟନ
ରାଜକନିକା ପୋଲିସ ପକ୍ଷରୁ ଚବିଷ ଘଣ୍ଟିଆ ପୋଲିସ ମୁତୟନ ସହିତ ବୋର୍ଡର ଚେକ ପୋଷ୍ଟ ଖୋଲାଯାଇଛି। ଏହି ପୋଷ୍ଟରେ ଓଡିଶା ପୋଲିସ ସହିତ କେନ୍ଦ୍ରୀୟ ପୋଲିସ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି।କଟକ -ଚାନ୍ଦବାଲି ରାସ୍ତାକୁ ବ୍ଲକିଙ୍ଗ ଓ ଚେକିଙ୍ଗ କରୁଛି ପୋଲିସ। ଆଗାମୀ ସାଧାରଣ ନର୍ବାଚନ କୁ ଶାନ୍ତିଶୃଙ୍ଖଳା ଓ ନିରପେକ୍ଷ କରିବା ପାଇଁ ପୋଲିସ ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଛି।ବିଶେଷ କରି ନିର୍ବାଚନ ପାଇଁ ଅବକାରୀ ଦ୍ରବ୍ୟ, ଟଙ୍କା ଚାଲାଣ ଓ ଅସାମାଜିକ ତତ୍ୱ ଉପରେ ପୋଲିସର କଡା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜକନିକା ଥାନା ଅଧିକାରୀ।