ପୁର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଙ୍କ ସମେତ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଏବଂ ଏକ ପ୍ରତିନିଧି ମଣ୍ଡଳୀ ବେଳପାହାଡ଼ ରେ ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏହି ନେତୃମଣ୍ଡଳୀ ଆଜି ସକାଳ ପ୍ରାୟ ଏଗାରଟା ସମୟରେ ବେଳପାହାଡ଼ ଗସ୍ତରେ ଆସିଥିବା ବେଳେ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରିଛନ୍ତି। ଏହା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଛନ୍ତି। ବେଳପାହାଡ଼ ଅଞ୍ଚଳବାସୀ ଏବଂ ବେଳପାହାଡ଼ର ପୁର୍ବତନ ନଗରପାଳ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିଥିଲେ।