ସତ୍ୟବାଦୀ: ସାକ୍ଷୀଗୋପାଳ ମନ୍ଦିରରେ ବାମନ ଜନ୍ମ ଓ ସୁନିଆ ଭେଟି ନୀତି ଅନୁଷ୍ଠିତ
Satyabadi, Puri | Sep 16, 2024 ସାକ୍ଷୀଗୋପାଳ ମନ୍ଦିରରେ ରବିବାର ବିଳମ୍ବିତ ରାତି ୧୨ଟାରେ ବାମନ ଜନ୍ମ ଓ ସୁନିଆ ଭେଟି ନୀତି ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ଦିନ ଭଳି ସକାଳୁ ଦ୍ୱାରଫିଟା ଯାଇ ମଙ୍ଗଳ ଆଳତି କରାଯାଇଥିଲା। ପରେ ବାମନ ଜନ୍ମ ପାଇଁ ଅନ୍ୟାନ୍ୟ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିଲା। ପରେପରେ ମହାଜନମାନେ ଓ ଭକ୍ତମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଘର କରଣା ସାମଗ୍ରୀ ଓ ଅର୍ଥ ଆଦି ମନ୍ଦିରରେ ଭେଟି ଦେଇଥିଲେ। ମନ୍ଦିରକୁ କଦଳୀ ଗଛ ଓ ପୂର୍ଣ୍ଣକୁମ୍ଭ ଆଦିରେ ସଜା ଯାଇଥିଲା।