ପର୍ଯ୍ୟଟନ ସ୍ଥଳ କନାକୁଣ୍ଡରେ ପାଣିରେ ବୁଡ଼ି ପୁଣି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି। ସୁନ୍ଦରଗଡ଼ ତଳସରା ଥାନା ଘୋଘର୍ ନିକଟ ଇବ ନଦୀର କନାକୁଣ୍ଡ ଠାରେ ଗତକାଲି ଏହି ଅଘଟଣ ଘଟିଛି । ପାଞ୍ଚ ଜଣ ଯୁବକ ରାଉରକେଲାରୁ ବୁଲିବାକୁ ଆସି ଥିବା ବେଳେ ପାଣିରେ ଗାଧୋଉଥିଲେ।ଗତକାଲି ଠାରୁ ଜଣେ ଯୁବକ ନିଖୋଜ ଥିବା ବେଳେ ଗତକାଲିରୁ ଉଧାର କାର୍ଯ୍ଯ ଆରମ୍ଭ ହୋଇଛି। ରବିବାର ପୂର୍ବାହ୍ନରେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହୋଇଛି।